ରିଜ୍ଭାନ୍ ଫଳକଲିପି (#15621)

*(ଉଦ୍ଧୃତାଂଶ)

*(ଏପି୍ରଲ୍ ୨୧ରୁ ମେ ୨ ତାରିଖ ମଧ୍ୟରେ ପଡ଼ୁଥିବା ରିଜ୍ଭାନ୍ ପର୍ବ ବାହଓଲ୍ଲହ୍ଙ୍କ ଦ୍ୱାରା ଅନୁଗାମୀମାନଙ୍କ ସ୧ୁଖରେ ନିଜ ଆଗମନର ଉଶ୍ୟେର ଦିବ୍ୟ ଘୋଷଣାକୁ ସୂଚେଇ ଥାଏ । ବାହଓହ୍ଲହ୍ ଏହାକୁ ପର୍ବରାଜ୍ ଭାବେ ଅଭିହିତ କରିଛନ୍ତି ଏବଂ ପରମ ପବିତ୍ର ଗ୍ରନ୍ଥ କିତାବ୍-ଏ-ଆକ୍ଦାସ୍ରେ ସେହି ଯୁଗ ସହ ଏହାର ତୁଳନା କରିଛନ୍ତି ଯେ, ସମସ୍ତ ସୃଷ୍ଟ ପଦାର୍ଥ ପବିତ୍ରତାର ସାଗରରେ ନିମଜ୍ଜିତ ହୋଇଯାଇଛନ୍ତି ।) 


ଦିବ୍ୟ ବସନ୍ତକାଳ ଆସିଯାଇଅଛି, ହେ ପର୍ବ-ସ୧ୁନ୍ନତ ଲେଖନୀ ! କାରଣ ସର୍ବ କରୁଣାମୟଙ୍କ ମହୋବ ସନ୍ନିକଟ ହୋଇଆସୁଛି । ନିଜକୁ ପ୍ରସ୍ତୁତ କରିଦିଅ ଏବଂ ସମଗ୍ର ସୃଷ୍ଟି ସ୧ୁଖରେ ଈଶ୍ୱରଙ୍କ ନାମକୁ ମୁଖରିତ କରିଦିଅ । ସ୍ୱୟଂ ତାଙ୍କର ଗୁଣଗାନ ଏପରି ଭାବରେ କର ଯାହାଫଳରେ କି ସମସ୍ତ ସୃଷ୍ଟ ପଦାର୍ଥ ପୁନଃ-ସଂଚରିତ ହୋଇପାରିବ ଏବଂ ନୂତନ ଭାବେ ସୃଷ୍ଟି ହୋଇପାରିବ । ର୍ବାାଳାପ କର ତୁମେ ଆଉ ନିସ୍ତ୨ ହୋଇ ରୁହନାହିଁ । ଆମ୍ଭ ନାମରେ ଦିଗ୍ବଳୟ     ଉପରେ କୃପାର ସୂର୍ଯ୍ୟ ଜାଜ୍ଜ୍ୱଲ୍ୟମାନ ହୋଇଅଛି, ତୁମ ପ୍ରଭୁଙ୍କ ନାମର ଅଳଙ୍କାରରେ ଈଶ୍ୱରଙ୍କ ନାମର ସାମ୍ରାଜ୍ୟ ଅଳଙ୍କୃତ ହୋଇଅଛି । ପୃଥିବୀର ସମସ୍ତ ରାଷ୍ଟ୍ର ସ୧ୁଖରେ ଉତ୍ଥିତ ହୁଅ ଏବଂ ଏହି ସର୍ବ ମହାନ୍ ନାମର ଶକ୍ତିରେ ନିଜକୁ ସୁସଜ୍ଜିତ କର ଏବଂ ସେହିମାନଙ୍କ ମଧ୍ୟରେ ଜଣେ ହୁଅନାହିଁ, ଯିଏକି ପ୍ରତୀକ୍ଷା କରିଥାଏ ।..... ଏ ହେଉଛି ସେହି ଦିବସ, ଯେତେବେଳେ କି ଅଦୃଶ୍ୟ ଜଗତ ଉଚ୍ଚସ୍ୱରରେ ଘୋଷଣା କରି କହିଥାଏ : ହେ ବସୁନ୍ଧରା ! ତୁମ୍ଭେ ଅବ୍ୟକ୍ତ ସୌଭାଗ୍ୟଶାଳୀ, କାରଣ ତୁମ୍ଭ ପ୍ରଭୁଙ୍କ ପଦ-ଚିହ୍ନ ତୁମ୍ଭ ଉପରେ ପଡ଼ିଛି ଏବଂ ତାଙ୍କର ଶକ୍ତିଶାଳୀ ସିଂହାସନ ଭାବେ ତୁମକୁ ମନୋନୀତ କରାଯାଇଛି । ମହିମାର ସାମ୍ରାଜ୍ୟ ହର୍ଷୋନ୍ମାଦିତ ହେଉଅଛି : ତୁମ୍ଭ ନିମି ମୋର ଜୀବନ ଉର୍ଗୀକୃତ ହେଉ, କାରଣ ସ୍ୱୟଂ ଯିଏ କି, ସର୍ବ- କରୁଣାମୟଙ୍କ ପି୍ରୟତମ ଅଟନ୍ତି, ସେ ତୁମ୍ଭ ଉପରେ ତାଙ୍କ ନାମର କ୍ଷମତା ମାଧ୍ୟମରେ ତାଙ୍କର ସଂପ୍ରଭୁତା ସ୍ଥାପନ କରିଛନ୍ତି । ଯାହାର ପ୍ରତିଜ୍ଞା ଅତୀତ ଓ ଭବିଷ୍ୟତର ସମସ୍ତ ପଦାର୍ଥ ଉପରେ ଦିଆଯାଇଛି ... । 

ପରମ ପ୍ରିୟତମ ଆସିଯାଇଛନ୍ତି । ତାଙ୍କର ଦକ୍ଷିଣ ହସ୍ତରେ ତାଙ୍କ ନାମର ମୁଦ୍ରାଙ୍କିତ ମଦ ିରା ରହିଅଛି । ସେହି ବ୍ୟକ୍ତି ହେଉଛି     ସୌଭାଗ୍ୟଶାଳୀ, ଯିଏ ତାଙ୍କରି ଆଡ଼କୁ ଉନ୍ମୁଖ ହୋଇଅଛି ଏବଂ ଜୀବନ ଭରି ପାନ କରିଅଛି ଏବଂ ହର୍ଷୋନ୍ମାଦିତ ହୋଇ କହିଥାଏ ଯେ: ସ୍ୱୟଂ ତୁମ୍ଭର ଜୟଗାନ ହେଉ, ହେ ଈଶ୍ୱରଙ୍କ ସଂକେତର ଉଦ୍ଘାଟକ । ସର୍ବଶକ୍ତିଶାଳୀଙ୍କ ନ୍ୟାୟର ଦ୍ୱାହି ! ସତ୍ୟର ଶକ୍ତି ମାଧ୍ୟମରେ ସମସ୍ତ ଗୁପ୍ତ ରହସ୍ୟ ପ୍ରକଟିତ ହୋଇଅଛି । ତାଙ୍କ କରୁଣାର ଏକ ଚିହ୍ନ ସ୍ୱରୂପ ଈଶ୍ୱରଙ୍କ ସମସ୍ତ ଅନୁକମ୍ପା ବର୍ଷିତ ହୋଇଅଛି, ଚିରନ୍ତନ ଜୀବନର ଜଳଧାରା, ତାହାର ପରିର୍ପୂତାରେ ମନୁଷ୍ୟ ଉପରେ ପ୍ରଦାନ କରାଯାଇଅଛି । ସର୍ବପ୍ରିୟତମଙ୍କର ହସ୍ତଦ୍ୱାରା ପ୍ରତ୍ୟେକ ପିଆଲା ସ୍ପର୍ଶ କରାଯାଇଅଛି । ଗୋଟିଏ ମୁର୍ହୂ ପାଇଁ ହେଲେ ମଧ୍ୟ ଏହାର ନିକଟର୍ବୀ ହୁଅ ଏବଂ ପ୍ରତୀକ୍ଷା କରନାହିଁ..... । 

ହେ ବାହଙ୍କର ଜନଗଣ ! ଅତ୍ୟଧିକ ଆନନ୍ଦରେ ଆହ୍ଲାଦିତ ହୁଅ, ପରମ ଆନନ୍ଦର ଦିବସକୁ ତୁମେ ସ୍ମରଣ କର, ଯେଉଁ ଦିବସରେ କି ଯୁଗ ପ୍ରାଚୀନଙ୍କର ଜିହ୍ୱା ଉଦ୍ଘୋଷଣା କରିଥିଲେ । ସେ ତାଙ୍କ ନିବାସ ସ୍ଥାନରୁ ବିଦାୟ ନେଇ ସେହି ସ୍ଥାନ ଆଡ଼କୁ ଅଗ୍ରସର ହୋଇଥିଲେ, ଯେଉଁଠାରୁ ସେ ସମଗ୍ର ସୃଷ୍ଟି ଉପରେ ସର୍ବକରୁଣାମୟ, ସ୍ୱୟଂ ତାଙ୍କ ନାମର ଦୀପ୍ତିକୁ ପ୍ରକାଶିତ କରିଥିଲେ । ଭଗବାନ୍ ଆମ୍ଭର ସାକ୍ଷୀ ଅଟନ୍ତି । ସେହି ଦିବସର ଗୁପ୍ତ ରହସ୍ୟକୁ ଯଦି ଆମେ ପ୍ରକାଶିତ     କରିଦେବୁ, ତେବେ କେବଳ ସର୍ବଶକ୍ତିଶାଳୀ, ସର୍ବଜ୍ଞାତା, ସର୍ବବିଜ୍ଞ ଈଶ୍ୱରଙ୍କ ଦ୍ୱାରା ସୁରକ୍ଷିତ ହୋଇଥିବା ଆତ୍ମାଗଣଙ୍କ ବ୍ୟତୀତ ପୃଥିବୀ ଏବଂ ସ୍ୱର୍ଗରେ ବାସ କରୁଥିବା ସମସ୍ତ ନିବାସୀ ସଂଜ୍ଞାହୀନ ହୋଇଯିବେ ଏବଂ ମୃତୁ୍ୟବରଣ କରିବେ । 

ଯିଏ ହେଉଛନ୍ତି ସ୍ୱୟଂ ତାଙ୍କ ନିଃସନେ୍ଦହ ପ୍ରମାଣର ଉଦ୍ଘାଟକ, ତାଙ୍କରି ଉପରେ ଈଶ୍ୱରଙ୍କ ଶବ୍ଦାବଳୀର ପ୍ରଭାବ ଏପରି ଉଜେିତ ଥିଲା ଯେ, ତାଙ୍କର ଦିବ୍ୟ ଲେଖନୀ ଆଉ ଅଧିକ କାଳ ଚଳାୟମାନ ହୋଇପାରିଲା ନାହିଁ । ଏହି ଶବ୍ଦଗୁଡ଼ିକ ସହ ସେ ତାଙ୍କ ଫଳକ ଲିପିକୁ ସଂପନ୍ନ କଲେ : ସ୍ୱୟଂ ମୋ ବ୍ୟତୀତ ଅନ୍ୟ କେହି ଈଶ୍ୱର ନାହାଁନ୍ତି, ମୁଁ ହେଉଛି ସର୍ବୋଚ୍ଚ, ସର୍ବଶକ୍ତିମାନ, ସର୍ବଶ୍ରେଷ୍ଠ ଏବଂ ସର୍ବଜ୍ଞାତା ।

-Bahá'u'lláh
-----------------------

